Mu Madhyabitta

ନଦୀ ଆଗୋ ଶୁଣ

Dear Friends,

We are happy to bring to you this Odia song of that tries to narrate the problems of The middle class (#madhyabitta ) and the hopes associated in a humorous way. The idea to make this song came from the pandemic situation that the world is witnessing , the problems faced by this class and tries to re-enforce the faith on the middle class who has proven time and again that they carry the power to rebuild the society. Hope you enjoy this song by Sambit Dash (#sambitdash) & Sandeep Dash (#sandeepdash)!

ବନ୍ଧୁ ବର୍ଗ ,

ଏହି ମହାମାରୀ ଏକ ଅଭିଶପ୍ତ ସମୟ ହେଇ ଆସିଛି | ଦୁନିୟା ଟା ଯେପରି ଉପର ତଳ ହେଇ ଯାଇଛି ଏହି ମହାମାରୀ ସମୟ ରେ | ଏହା ଦ୍ୱାରା ଦୁନିଆ ର ସବୁ ବର୍ଗ ଅତି ମାତ୍ରା ରେ ପ୍ରଭାବିତ ହେଇଛନ୍ତି | ଲେଖଙ୍କ ଙ୍କ ଅନୁଭୂତି ରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିବା ସେଇ ମଧ୍ୟବିତ୍ତ (ମିଡଲ କ୍ଲାସ ) ଙ୍କ ମନ ର କଥା କୁ ମୋହିତ ଚକ୍ରବର୍ତୀ ନିଜ ଲେଖା ମାଧମ ରେ ପରିପ୍ରକାଶ କରିବାକୁ ଏକ ଚେଷ୍ଟା ଦେଇଛନ୍ତି |

ଆଶା କରୁଛୁ ଆପଣ ଙ୍କ ମନ କୁ ଛୁଇଁ ବ !

Song Info

➡️ Premiered on - 6th Sept 2020

➡️ Title - Mu Madhyabitta ( ମୁଁ ମଧ୍ୟବିତ୍ତ )

➡️ Genre - Contemporary

➡️ Language - Odia ( ଓଡ଼ିଆ )

➡️ Recorded on - 30th August 20201

➡️ Recorded at - Home studio of Sambit Dash

Credits

➡️ Song writer/ Composer & Music - Sambit Dash

➡️ Music Director & Producers - Sambit Dash & Sandeep Dash

➡️ Words given by (Lyrics Writer)- Mohit Chakraborty *

➡️ Singer - Sambit Dash & Rudra Narayan Mohanty *

➡️ Programmed by - Sambit Dash

➡️ Recording, Mixing & Mastering - Sambit Dash

➡️ Videography & Post Productions - Sambit Dash

Note - * indicates Hired for Work

Lyrics

ଉପର ଵାଲା ର ଅଛି ହଜାରେ କୋଟି ,

ତଳ ଵାଲା ମାଗଣା ରେ ଭରୁଛି ଅଣ୍ଟି

ମାଝିଵାଲା ମୁଁ ମୋର ଯାଏ ଅନେକ

ଋଣ କରି କେତେ କାଳ ଖାଇବି ଘୃତ

ତୁ ମଧ୍ୟବିତ୍ତ , ତୁ ମଧ୍ୟବିତ୍ତ


ଲକଡାଉନ ସଟଡାଉନ ହେଲାଣି ବୋଝ

ପେଟରେ ମୋ ଭୋକ ହେଲେ ମୁହଁ ରେ ଲାଜ

ଘରଭଡା ପାଣି ବିଲ ହେଲାଣି ବାକି

ବେପାରେ ଚାକିରୀ ସବୁ ଗଲା ଚୁଳିକି

ମଝି ଵାଲା ମୁଁ ମୋର ଯାଏ ମହତ

ଢୋକେ ପିଇ ଦାଣ୍ଡେ ଜୀଏଁ ଏହା ହିଁ ସତ୍ୟ

ତୁ ମଧ୍ୟବିତ୍ତ , ତୁ ମଧ୍ୟବିତ୍ତ


ଅଜଣା ଏ ମାୟା ରେ ତ ଦୁନିଆ କାନ୍ଦେ

ମଧ୍ୟଂବିତ୍ତ ଘରେ ବସି କପାଳ ନିଂଦେ

ବନ୍ଧୁ ପରିଜନ ସବୁ ହେଲେ ଅଛୁଆଁ

ଜୀବନ ଟା ଲାଗେ ଆଜି ଅନ୍ଧାର ମୁହାଁ

ମାଝିଵାଲା ମୁଁ ଅଟେ ମାତ୍ରା ନିମିତ

ବଂଚି ଥାଉ ଥାଉ ମୁଁ ଜିଅନ୍ତା ଭୁତ

ତୁ ମଧ୍ୟବିତ୍ତ , ତୁ ମଧ୍ୟବିତ୍ତ


ଜୀବନ ଟା ଚାଲି ଥିଲା ଚାଲିବ ଆଗେ

ତଥାପି ଏ ମନେ ମୋର ଆଶା ଭି ଜାଗେ

ସମୟ ଏ କଟିଯିବ ଅଛି ଭରଷା

ଜିତି ଯିବ ମଧ୍ୟବିତ୍ତ ରହିଛି ଆଶା

ରହିଛି ଆଶା

ରହିଛି ଆଶା


ମାଝିଵାଲା ସମାଜର ରଖେ ମହତ

ଦୁନିଆ କୁ ଗଢିବାର ରଖେ ସାମର୍ଥ୍ୟ


କଣ ସାଙ୍ଗ କଣ କହୁଛୁ..


ମାଝିଵାଲା ସମାଜର ରଖେ ମହତ

ଦୁନିଆ କୁ ଗଢିବାର ରଖେ ସାମର୍ଥ୍ୟ


ମୁଁ ମଧ୍ୟବିତ୍ତ , ମୁଁ ମଧ୍ୟବିତ୍ତ

Sambit Dash - Producer, Composer, Music Director, Singer
Sandeep Dash - Producer, Music Director