➡️ Premiered on - 6th Sept 2020
➡️ Title - Mu Madhyabitta ( ମୁଁ ମଧ୍ୟବିତ୍ତ )
➡️ Genre - Contemporary
➡️ Language - Odia ( ଓଡ଼ିଆ )
➡️ Recorded on - 30th August 20201
➡️ Recorded at - Home studio of Sambit Dash
➡️ Song writer/ Composer & Music - Sambit Dash
➡️ Music Director & Producers - Sambit Dash & Sandeep Dash
➡️ Words given by (Lyrics Writer)- Mohit Chakraborty *
➡️ Singer - Sambit Dash & Rudra Narayan Mohanty *
➡️ Programmed by - Sambit Dash
➡️ Recording, Mixing & Mastering - Sambit Dash
➡️ Videography & Post Productions - Sambit Dash
Note - * indicates Hired for Work
ଉପର ଵାଲା ର ଅଛି ହଜାରେ କୋଟି ,
ତଳ ଵାଲା ମାଗଣା ରେ ଭରୁଛି ଅଣ୍ଟି
ମାଝିଵାଲା ମୁଁ ମୋର ଯାଏ ଅନେକ
ଋଣ କରି କେତେ କାଳ ଖାଇବି ଘୃତ
ତୁ ମଧ୍ୟବିତ୍ତ , ତୁ ମଧ୍ୟବିତ୍ତ
ଲକଡାଉନ ସଟଡାଉନ ହେଲାଣି ବୋଝ
ପେଟରେ ମୋ ଭୋକ ହେଲେ ମୁହଁ ରେ ଲାଜ
ଘରଭଡା ପାଣି ବିଲ ହେଲାଣି ବାକି
ବେପାରେ ଚାକିରୀ ସବୁ ଗଲା ଚୁଳିକି
ମଝି ଵାଲା ମୁଁ ମୋର ଯାଏ ମହତ
ଢୋକେ ପିଇ ଦାଣ୍ଡେ ଜୀଏଁ ଏହା ହିଁ ସତ୍ୟ
ତୁ ମଧ୍ୟବିତ୍ତ , ତୁ ମଧ୍ୟବିତ୍ତ
ଅଜଣା ଏ ମାୟା ରେ ତ ଦୁନିଆ କାନ୍ଦେ
ମଧ୍ୟଂବିତ୍ତ ଘରେ ବସି କପାଳ ନିଂଦେ
ବନ୍ଧୁ ପରିଜନ ସବୁ ହେଲେ ଅଛୁଆଁ
ଜୀବନ ଟା ଲାଗେ ଆଜି ଅନ୍ଧାର ମୁହାଁ
ମାଝିଵାଲା ମୁଁ ଅଟେ ମାତ୍ରା ନିମିତ
ବଂଚି ଥାଉ ଥାଉ ମୁଁ ଜିଅନ୍ତା ଭୁତ
ତୁ ମଧ୍ୟବିତ୍ତ , ତୁ ମଧ୍ୟବିତ୍ତ
ଜୀବନ ଟା ଚାଲି ଥିଲା ଚାଲିବ ଆଗେ
ତଥାପି ଏ ମନେ ମୋର ଆଶା ଭି ଜାଗେ
ସମୟ ଏ କଟିଯିବ ଅଛି ଭରଷା
ଜିତି ଯିବ ମଧ୍ୟବିତ୍ତ ରହିଛି ଆଶା
ରହିଛି ଆଶା
ରହିଛି ଆଶା
ମାଝିଵାଲା ସମାଜର ରଖେ ମହତ
ଦୁନିଆ କୁ ଗଢିବାର ରଖେ ସାମର୍ଥ୍ୟ
କଣ ସାଙ୍ଗ କଣ କହୁଛୁ..
ମାଝିଵାଲା ସମାଜର ରଖେ ମହତ
ଦୁନିଆ କୁ ଗଢିବାର ରଖେ ସାମର୍ଥ୍ୟ
ମୁଁ ମଧ୍ୟବିତ୍ତ , ମୁଁ ମଧ୍ୟବିତ୍ତ